ପ୍ରଶଂସା ଓ କୃତଜ୍ଞତା (#15561)

ହେ ମୋର ପରମେଶ୍ୱର, ତୁମ ପ୍ରତି ସକଳ ପ୍ରଶଂସା ମନ ହେଉ, ସ୍ୱୟଂ ଯିଏ ହେଉଛି ସକଳ ଗୌରବ ଓ ମହାନତାର ପରମ ଉ ! ସାର୍ବଭୌମତ୍ୱ ଓ ଅଧିରାଜ୍ୟର, ଉୁଙ୍ଗତା ଓ ଅନୁଗ୍ରହର, ଧର୍ମଭୀତି ଓ କ୍ଷମତାର ପରମ ଉ ! ଯାହାକୁ ତୁମେ ଇଚ୍ଛା କରିଅଛ ତାହାକୁ ତୁମେ ସର୍ବମହାନ୍ ମହୋଦଧି ନିକଟକୁ ଆକର୍ଷିତ କରିବାର କାରଣ ହୋଇଛ ଏବଂ ଯାହା ପ୍ରତି ତୁମେ ଅଭିଳାଷ ପୋଷଣ କରିଛ, ତୁମର ପରମ ପ୍ରାଚୀନ ଦିବ୍ୟ ନାମକୁ ଚିହ୍ନିପାରିବାର ସ୧ାନଟିକୁ ତାହାକୁ ପ୍ରଦାନ କରିଛ । ସ୍ୱର୍ଗ ଓ ର୍ମ୍ୟରେ ଯେଉଁମାନେ ଅଛନ୍ତି, ସେହି ସମସ୍ତଙ୍କ ମଧ୍ୟରୁ କେହିହେଲେ ତୁମ ସାର୍ବଭୌମ ଦିବ୍ୟ ଇଚ୍ଛାର କାର୍ଯ୍ୟକାରିତାକୁ ପ୍ରତିରୋଧ କରିପାରିବେ ନାହିଁ । ଅନନ୍ତକାଳରୁ ସମଗ୍ର ସୃଷ୍ଟିକୁ ତୁମେ ଶାସନ କରିଆସୁଛ ଏବଂ ତୁମେ ସକଳ ସୃଷ୍ଟ ବସ୍ତୁମାନଙ୍କ ଉପରେ ତୁମର ଅଧିରାଜ୍ୟକୁ ପରିଚାଳିତ କରିବା ପାଇଁ  ସଦାସର୍ବଦା ଚାଲୁ ରଖିଥିବ । ସର୍ବଶକ୍ତିଶାଳୀ, ସର୍ବ ସ୧ୁନ୍ନତ, ସର୍ବ- କ୍ଷମତାବାନ୍, ସର୍ବ ବିଜ୍ଞ, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର  ନାହାଁନ୍ତି । 

ହେ ପ୍ରଭୁ ! ତୁମ ସେବକମାନଙ୍କର ମୁଖକୁ ଆଲୋକିତ କର । ଯାହାଫଳରେ ସେମାନେ ତୁମକୁ ଅବଲୋକନ କରିପାରିବେ । ସେମାନଙ୍କର ହୃଦୟକୁ ପରିସ୍କାର କର, ଯାହାଫଳରେ ସେମାନେ ତୁମର ସ୍ୱର୍ଗୀୟ ଅନୁଗ୍ରହଗୁଡ଼ିକର ଦରବାର ଆଡ଼କୁ ଅଭିମୁଖୀ ହୋଇପାରିବେ ଏବଂ ସ୍ୱୟଂ ଯିଏ ହେଉଛନ୍ତି ତୁମ ନିଜର ଦିବ୍ୟ ପରିପ୍ରକାଶ ତଥା ତୁମ ଦିବ୍ୟ ନିର୍ଯ୍ୟାସର ଉଦୟସ୍ଥଳ, ସ୍ୱୟଂ ତାଙ୍କୁ ଚିହ୍ନିପାରିବେ । ବାସ୍ତବିକ, ତୁମେ ହେଉଛ ସକଳ ଜଗତର ପ୍ରଭୁ । ପରମ ଅଦମ୍ୟ, ସକଳ ବଶକାରୀ, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।

-Bahá'u'lláh
-----------------------

ପ୍ରଶଂସା ଓ କୃତଜ୍ଞତା (#15562)

ହେ ପ୍ରଭୁ, ହେ ମୋର ଭଗବାନ୍ ! ତୁମର ଜୟ ହେଉ । ତୁମର ଦିବ୍ୟ ପରିପ୍ରକାଶଙ୍କୁ ଚିହ୍ନିବାରେ ମୋତେ ସମର୍ଥ କରିଥିବା ହେତୁ ତଥା ତୁମର ଶତ୍ରୁମାନଙ୍କଠାରୁ ମୋତେ ପୃଥକ୍ କରି ରଖିଥିବା ହେତୁ ଏବଂ ତୁମ ଦିନଗୁଡ଼ିକରେ ସେମାନଙ୍କର ମନ୍ଦ କର୍ମ ଓ ଦୁଷ୍ଟ ଆଚରଣଗୁଡ଼ିକୁ ମୋ ଚକ୍ଷୁ ସ୧ୁଖରେ ଉନ୍ମୁକ୍ତ କରିଦେଇଥିବାରୁ, ସେମାନଙ୍କ ପ୍ରତି ସକଳ ଆସକ୍ତିରୁ ମୋତେ ମୁକ୍ତ ରଖିଥିବାରୁ ଏବଂ ତୁମର ଅନୁକମ୍ପା     ଓ ବଦାନ୍ୟ ଅନୁଗ୍ରହଗୁଡ଼ିକ ପ୍ରତି ସଂର୍ପୂ ଅଭିମୁଖୀ ହେବାରେ ମୋର କାରଣ ହୋଇଥିବାରୁ ତୁମକୁ ମୁଁ କୃତଜ୍ଞତା ଅର୍ପଣ କରୁଅଛି । ବିଧର୍ମୀମାନଙ୍କର ଇଙ୍ଗିତ ପ୍ରହସନରୁ ଏବଂ ଅବିଶ୍ୱାସୀମାନଙ୍କର ପରୋକ୍ଷ ଉଲ୍ଲେଖରୁ ମୋତେ ଯାହା ପବିତ୍ର କରି ରଖିଅଛି, ତାହାରି ଦ୍ୱାରା ତୁମଠାରେ ମୋର ହୃଦୟକୁ ଦୃଢ଼ ଭାବେ ନ୍ୟସ୍ତ କରି ରଖିଅଛି ଏବଂ ତୁମ ମୁଖମଳର ଆଲୋକକୁ ଯେଉଁମାନେ ଅସ୍ୱୀକାର କରିଛନ୍ତି, ସେମାନଙ୍କଠାରୁ ଦ୍ରୁତ ପଳାୟନ କରିଛି, ସେଥିପାଇଁ ମଧ୍ୟ ମୁଁ ତୁମକୁ ଧନ୍ୟବାଦ ଅର୍ପଣ କରୁଅଛି । ତୁମ ପ୍ରେମରେ ଦୃଢ଼ ରହିବା ପାଇଁ ମୋତେ ଶକ୍ତିଶାଳୀ କରିଥିବାରୁ ଏବଂ ତୁମର ପ୍ରଶଂସାଗାନ କରିବାକୁ, ତୁମ ଗୁଣାବଳୀର ମହିମାଗାନ କରିବାକୁ ଏବଂ ତୁମର ଦୃଶ୍ୟ ଓ ଅଦୃଶ୍ୟ ସକଳ ବସ୍ତୁକୁ ଯାହା ଅତିକ୍ରମ କରିଅଛି, ସେହି କରୁଣାର ପିଆଲାରୁ ପାନ କରିବାକୁ ମୋତେ ପ୍ରଦାନ କରିଥିବାରୁ ସେଥିପାଇଁ ମୁଁ ତୁମକୁ ପୁନର୍ବାର କୃତଜ୍ଞତା ଜ୍ଞାପନ କରୁଛି । 

ତୁମେ ହେଉଛ ସର୍ବଶକ୍ତିଶାଳୀ, ସର୍ବ-ସ୧ୁନ୍ନତ, ସର୍ବ ଗୌରବମୟ, ସର୍ବ ପ୍ରେମମୟ ।

-Bahá'u'lláh
-----------------------

ପ୍ରଶଂସା ଓ କୃତଜ୍ଞତା (#15563)

ହେ ମୋର ଭଗବାନ୍. ମୋର ଆରାଧ୍ୟ ଦେବତା, ମୋର ସମ୍ରାଟ, ମୋର ପରମ ଅଭିଳାଷ ! ତୁମ ପ୍ରତି କୃତଜ୍ଞତା ମୋର ଜିହ୍ୱା କଣ ପ୍ରକାଶ କରିପାରିବ ? ମୁଁ ଅବହେଳିତ ଥିଲି କିନ୍ତୁ ତୁମେ ମୋତେ ଜାଗ୍ରତ କରାଇଛ । ତୁମଠାରୁ ମୁଁ ବିମୁଖ ହୋଇଥିଲି କିନ୍ତୁ ତୁମେ ଦୟାପରବଶ ହୋଇ ତୁମ ଆଡ଼କୁ ଅଭିମୁଖୀ ହେବାପାଇଁ ମୋତେ ସାହାଯ୍ୟ କରିଛ । ମୁଁ ମୃତ ତୁଲ୍ୟ ହୋଇଥିଲି କିନ୍ତୁ ତୁମେ ମୋତେ ଜୀବନର ଜଳରେ ସଂଜୀବିତ କରିଅଛ । ମୁଁ ନିସ୍ତେଜ ହୋଇ ପଡ଼ି ରହିଥିଲି, କିନ୍ତୁ ତୁମ ବାଣୀର ସ୍ୱର୍ଗୀୟ ଝରଣା ଦ୍ୱାରା ତୁମେ ମୋତେ ସତେଜ କରିଅଛ । ଯାହାକି, ସର୍ବକରୁଣାମୟଙ୍କ ଦିବ୍ୟ ଲେଖନୀରୁ ତାହା ଝରିଆସିଅଛି । 

ହେ ସ୍ୱର୍ଗୀୟ ଅନୁଗ୍ରହଦାତା ! ତୁମ ଅନୁଗ୍ରହରୁ ସକଳ ଅସ୍ତିତ୍ୱ ତିଷ୍ଠି ରହିଛି, ତୁମ ବଦାନ୍ୟତାରୁ ଜଳରୁ ଏହାକୁ ବôତ କରନାହିଁ କି ତୁମ କରୁଣାର ମହାସାଗରରୁ ଏହାକୁ ଅଟକାଇ ଦିଅ ନାହିଁ । ସବୁ ସମୟରେ ଏବଂ ସବୁ ପରିସ୍ଥିତିରେ ମୋତେ ସାହାଯ୍ୟ କରିବାକୁ ତଥା ସହାୟତା ଯୋଗାଇଦେବାକୁ ମୁଁ ତୁମକୁ ପ୍ରାର୍ଥନା କରୁଅଛି । ତୁମ ଅନୁକମ୍ପାର ସ୍ୱର୍ଗରୁ ତୁମ ପ୍ରାଚୀନ ଅନୁଗ୍ରହକୁ ମୁଁ ଅନୁସନ୍ଧନା କରୁଛି । ତୁମେ ହେଉଛ ବାସ୍ତବରେ ଅନୁଗ୍ରହର ପ୍ରଭୁ, ଶାଶ୍ୱତ ସାମ୍ରାଜ୍ୟର ସାର୍ବଭୌମ ସମ୍ରାଟ ।

-Bahá'u'lláh
-----------------------

ପ୍ରଶଂସା ଓ କୃତଜ୍ଞତା (#15564)

ହେ ପ୍ରଭୁ, ହେ ମୋର ଭଗବାନ୍ ! ତୁମର ପ୍ରଶଂସାଗାନ ହେଉ । ମୁଁ ସାକ୍ଷୀ ଦିଏ ଯେ ଅନନ୍ତକାଳରୁ ତୁମର ଅତୀନ୍ଦ୍ରିୟ ମହାନତା ଓ ଶକ୍ତିମାରେ ତୁମେ ସ୧ୁନ୍ନତ ହୋଇ ରହିଆସିଅଛ ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ତୁମର ଶ୍ରେଷ୍ଠ ମହିମା ଓ ଗୌରବରେ ତୁମେ ଆବଦ୍ଧ ହୋଇରହିବ । ର୍ମ୍ୟ ଓ ସ୍ୱର୍ଗ ରାଜ୍ୟରେ କେହି ହେଲେ ତୁମ ଉଶ୍ୟେକୁ ବିଫଳ କରିପାରିବ ନାହିଁ । ଧର୍ମପ୍ରକାଶର ଜଗତରେ ତଥା ସୃଷ୍ଟିର ଜଗତରେ କେହିହେଲେ ତୁମ ବିରୁଦ୍ଧରେ ଦାୟମାନ ହୋଇପାରିବ ନାହିଁ । ତୁମକୁ ଯାହା ଇଚ୍ଛା ହୁଏ । ତୁମର ଆଦେଶରେ ତାହା ତୁମେ ସମ୍ପନ୍ନ କର ଏବଂ ତୁମ ସାର୍ବଭୌମ ସାମ୍ରାଜ୍ୟର କ୍ଷମତା ମାଧ୍ୟମରେ ତୁମେ ଯେପରି ସନ୍ତୁଷ୍ଟ ହୁଅ, ସେହିପରି ତୁମେ ଶାସନ ବିଧାନ କର । 

ହେ ସ୍ୱୟଂ ତୁମେ ! ଯିଏକି ପ୍ରତୁ୍ୟଷର ଆଗମନକୁ ଇଙ୍ଗିତ ଦେଇଛ । ସ୍ୱର୍ଗ ଓ ର୍ମ୍ୟରେ ଥିବା ସମସ୍ତଙ୍କ ସ୧ୁଖରେ ତୁମ ପ୍ରେମର ବହ୍ନିରେ ଯେଉଁ ପ୍ରଦୀପକୁ ତୁମେ ଆଲୋକିତ କରିଛ ଏବଂ ତୁମ ସୃଷ୍ଟିର ସାମ୍ରାଜ୍ୟରେ ତୁମ ବିଜ୍ଞତାର ତୈଳରେ ଯେଉଁ ଶିଖାକୁ ତୁମେ ଇନ୍ଧନ ଯୋଗାଇଛ, ତୁମର ଦିବ୍ୟାକାଶରେ ଯେଉଁମାନେ ଉଡ଼ି ବୁଲୁଛନ୍ତି ଏବଂ     ତୁମ ଆଜ୍ଞା ପ୍ରତି ସେମାନଙ୍କର ଇଚ୍ଛାକୁ ସମର୍ପଣ କରିଛନ୍ତି । ସେହିମାନଙ୍କ ଭଳି ହେବାଲାଗି ମୋତେ ତିଆରି କରିବାକୁ ତୁମର ସେହି ଦିବ୍ୟ ପ୍ରଦୀପର ଦ୍ୱାହି ଦେଇ ମୁଁ ତୁମକୁ ଅନୁନୟ କରୁଅଛି । 

ହେ ମୋର ପ୍ରଭୁ ! ମୁଁ ଜଣେ ସବୁଠୁ ଦୀନହୀନ ଏବଂ ତୁମେ ହେଉଛ ପରମ କ୍ଷମତାବାନ୍, ସର୍ବଶକ୍ତିଶାଳୀ । ତୁମର ଅନୁକମ୍ପା ଓ ବଦାନ୍ୟ ଅନୁଗ୍ରହ ଦ୍ୱାରା ମୋ ଉପରେ ଦୟା ଦେଖାଅ ଏବଂ ତୁମକୁ ତଥା ତୁମର ପ୍ରିୟଜନମାନଙ୍କୁ ସେବା କରିବା ନିମି ଦୟାପରବଶ ହୋଇ ମୋତେ ସାହାଯ୍ୟ କର । ତୁମେ ଯାହା ଇଚ୍ଛାକର, ତାହା ସମ୍ପନ୍ନ କରିବାକୁ ତୁମେ ହିଁ ପରମ କ୍ଷମତାବାନ୍ । ଶକ୍ତି, ଗୌରବ ଓ ବିଜ୍ଞତାର ଭଗବାନ୍, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।

-Bahá'u'lláh
-----------------------

